ମାଲକାନାଗିରି: ପୁଲିସ ଇନ୍‌ଫରମର ସନ୍ଦେହରେ ଶ୍ରମିକଙ୍କ ତଣ୍ଟିକାଟି ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଜଙ୍ଗଲୀଗୁଡ଼ା ରାସ୍ତାରେ ପୁଲିସ ଇନ୍‌ଫରମର ସନ୍ଦେହରେ ମାଓବାଦୀମାନେ ଜଣେ ବିଦ୍ୟୁତ ଶ୍ରମିକଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି । ମୃତ ଶ୍ରମିକଙ୍କ ପରିଚୟ ଜଣାପଡ଼ି ନାହଇର୍। ତେବେ ଜଙ୍ଗଲୀଗୁଡ଼ା ଅଞ୍ଚଳରେ ଚାଲିଥିବା ଗ୍ରାମ୍ୟ ବିଦ୍ୟୁତକରଣ କାର୍ଯ୍ୟରେ ସେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଏହି ବିଦ୍ୟୁତ ଶ୍ରମିକଙ୍କ ମୃତଦେହ ଓ ତା ନିକଟରେ ମାଓବାଦୀଙ୍କ ହାତଲେଖା ଏକ ପୋଷ୍ଟର ଜବତ କରିଛି ପୁଲିସ। ସେହିପରି ଦାନ୍ତେଓ୍ଵାଡାର ପରାସପାଲ ଥାନା ଅଞ୍ଚଳରେ ମଧ୍ୟ ମାଓବାଦୀମାନେ ଏକ ପଥର ଖଣିର କର୍ମଚାରୀଙ୍କୁ ଆକ୍ରମଣ କରି ଦୁଇଟି ଡିଲିଂ ମେସିନ ଓ ଗୋଟିଏ ବାଇକ୍‌ ପୋଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର