ବନ୍ଧୁକ ସହ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲା ପୁଲିସ ନିକଟରେ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରିଛି।ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏଜ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବ ଏବଂ ସିଆରପିଏଫ ଅଧିକାରଙ୍କ ନିକଟରେ ମାଓବାଦୀ ସୁଦୁରରାମ ଓରଫ ଦୁଲ ହମଲା ଆତ୍ମସମର୍ପଣ କରିଛି। ସୁଦୁରରାମ ଜନମିଲିସିଆ କମାଣ୍ଡର ଭାବେ କାମ କରୁଥିଲା।ସଂଗଠନରେ ଭେଦଭାବ ଲାଗିରହିଥିବା ବେଳେ କରନା ଯୋଗୁଁ ସଂଗଠନରେ ବହୁ ବଡ଼ ବଡ଼ ନେତାଙ୍କର ଦେହାନ୍ତ ହେବ ପରେ ସଂଗଠନ ଦୁର୍ବଳ ହୋଇପଡିଛି। ମାଓବାଦୀମାନେ ସଂଗଠନ ଛାଡି ଚାଲିଯାଉଛନ୍ତି। ଜଙ୍ଗଲରେ ମରିବା ଅପେକ୍ଷା ଘରେ ପରିବାର ସହ ରହିବାକୁ ପସନ୍ଦ କରିଛନ୍ତି। ସୁଦୁରରାମ ଆତ୍ମସମର୍ପଣ କରିବା ପରେ ପୁଲିସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର