ମାଲକାନଗିରି: ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଲୋନ ବର୍ଟାଟୁ ବା ନୂଆ ସକାଳ, ନୂଆ ପରିବର୍ତ୍ତନ ଭଳି ଯୋଜନା କରି ଛତିଶଗଡ ପୁଲିସ ନକ୍ସଲଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସଫଳ ହେଉଛି। ଏହି ପରିପ୍ରେକ୍ଷୀରେ ଜଣେ ନକ୍ସଲ ଆତ୍ମସମର୍ପଣ କରି ଏହା କହିଥିବା ପୁଲିସ କହିଛି। ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ପୁଲିସ କହିଛି। ଆଜି ସୁକମା ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଷ୍ଟରାମ ଅଂଚଳର ସକ୍ରିୟ ଥିବା ବେଟ୍ଟି ହିଡମା ନାମକ ନକ୍ସଲ ଆତ୍ମସମର୍ପଣ କରିଛି। ସଂଗଠନରେ ପୂର୍ବ ଭଳି କୌଣସି ନୀତି ଆଦର୍ଶ ନେଇ କାମ କରାଯାଉନଥିବା ବେଳେ ଭେଦଭାବ, ନିର୍ଯାତନା ବଢୁଥିବା ନକ୍ସଲ କହିଛି। ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବ ବୋଲି କହିଛି। ପୁଲିସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
ପୁଲିସ ନିକଟରେ ଆତ୍ମସମର୍ପଣ ପରେ ଯୁବକ କହିଲେ- ନକ୍ସଲ ସଂଗଠନରେ ବଢୁଛି ନିର୍ଯାତନା
/sambad/media/post_attachments/wp-content/uploads/2022/04/Mkg-naxal-surrender.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)