ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ପ୍ରଜାକୋଟରେ ଗୋଟିଏ ପରିବାରକୁ ନିର୍ଯାତନା ଦେବା ସହ ଗାଁରୁ ବିତାଡିତ କରିଛନ୍ତି ।

Advertisment

ଗତ ଦୁଇଦିନ ତଳେ ସ୍ୱଭିମାନ ଅଂଚଳର ସନ୍ୟାସୀଗୁଡା ଗ୍ରାମରେ ନକ୍ସଲ ପହଞ୍ଚି ପ୍ରଜାକୋର୍ଟ କରିଥିଲେ । ଏହି ଗ୍ରାମର ମନୁ ଗୋଲରିକୁ ପ୍ରଜା କୋର୍ଟରେ ହଜାର ହେବାକୁ କୁହାଯାଇଥିଲା।ପ୍ରଜାକୋର୍ଟରେ ମନୁକୁ ପୁଲିସ ଇନଫର୍ମର ଭାବେ ଦୋଷୀ ସବ୍ୟସ୍ତ କରାଯାଇଥିଲା। ଗତ ନଭେମ୍ବର ମାସ ୨୬ ତାରିଖ ଏବଂ ଡିସେମ୍ବର ୧୩ ତାରିଖରେ ସିଙ୍ଗରାମ ଗ୍ରାମରେ ହୋଇଥିବା ପୁଲିସ ଏନକାଉଣ୍ଟରକୁ ସନ୍ଦେହ କରି ମନୁ ଗଲୋରୀକୁ ନିର୍ଯାତନା ଦେବା ସହ ଗାଁରୁ ତୁରନ୍ତ ଚାଲିଯିବାକୁ ଧମକ ଦିଆଯାଇଥିଲା। ମନୁ ଓ ତାଙ୍କ ପରିବାର ଗାଁ ଛାଡି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ ଡଙ୍ଗାରେ ଆଜି ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି । ଚିତ୍ରକୋଣ୍ଡା ପୁଲିସ ମନୁ ଓ ତାଙ୍କ ପରିବାରକୁ ଉଦ୍ଧାର କରି ଚିତ୍ରକୋଣ୍ଡାରେ ଆଶ୍ରୟ ଦେଇଛନ୍ତି।ପୁଲିସର ଘନ ଘନ ଚଢ଼ାଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।ସ୍ୱାଭିମାନ ଅଂଚଳରେ ନକ୍ସଲକୁ ପଛକୁ ଘୁଞ୍ଚିବାକୁ ବାଧ୍ୟ କରିଛି । ନିଜର ପତିଆରା ଧୀରେ ଧୀରେ କାମୁଥିବାରୁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି ନକ୍ସଲ।