ପୁଲିସ ଏଏସ୍‌ଆଇଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଜଣେ ପୁଲିସ ଏଏସ୍‌ଆଇଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ମୃତ ଏଏସ୍‌ଆଇଙ୍କ ନାମ ନଗେୟା କର୍ସା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ନଗେୟା କର୍ସା ଡିୟୁଟିରୁ ଫେରୁଥିବା ବେଳେ ନକ୍ସଲମାନେ ତାଙ୍କୁ ମାଳାପେଟାରୁ ଅପହରଣ କରି ନେଇଥିଲେ। ଆଜି ସକାଳେ ଏଏସ୍‌ଆଇଙ୍କୁ ହତ୍ୟା କରି ଭେରମଗଡ଼ ନିକଟସ୍ଥ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଏଥିସହିତ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ନଗେୟା କର୍ସାଙ୍କୁ ହତ୍ୟା କରିଥିବା ସେଥିରେ ଉଲ୍ଲେଖ କରିଥିଲେ।

ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଛତିଶଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସିଲ କରିବା ସହିତ କମ୍ବିଂ ଅପରେସନ୍‌ ଆରମ୍ଭ କରିଛି ଛତିଶଗଡ଼ ପୁଲିସ । ମୃତ ଏଏସ୍‌ଆଇ ନଗେୟା କର୍ସାଙ୍କ ପତ୍ନୀ ଦନ୍ତେଓ୍ଵାଡା ଜିଲ୍ଲାରେ ଶିକ୍ଷୟିତ୍ରୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର