ମାଲକାନଗିରି: ୬ ଟ୍ରକ୍‌ରେ ନିଆଁ ଲଗାଇଦେଲେ ନକ୍ସଲ

ମାଲକାନଗିରି: ଛତିଗଡ଼ର ସୁକମା ଜିଲ୍ଲାରେ ଗତ ସୋମବାର ଦିନ ପୁଲିସ ଏନକାଉଣ୍ଟର କରି ୧୫ ଜଣ ନକ୍ସଲଙ୍କୁ ହତ୍ୟା କରିବା ପରେ ନକ୍ସଲ ମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଛତିଶଗଡ଼ ଓ ଓଡ଼ିଶା ସୀମା ମାଲକାନଗିରିରେ ସେମାନେ ସେମାନଙ୍କ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ଗତକାଲି ଦିନ ବେଳା ବସ୍ଫୋରଣ କରି ଟ୍ରେନ୍‌ ଲାଇନ୍‌ ଉଡାଇ ଦେବା ପରେ ଗତକାଲି ରାତିରେ ଟ୍ରକ୍‌ ଟର୍ମିନାଲରେ ପଶି ଟ୍ରକ୍‌ ଗୁଡ଼ିକାର ନିଆଁ ଲଗାଇ ଦେଇଛନ୍ତି।ସେହିପରି ଗତ ସୋମବାର ଦିନ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍‌ ଅଞ୍ଚଳରେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଘରୁ ଭିଡ଼ିନେଇ ହତ୍ୟା କରିବା ସହିତ ନକ୍ସଲମାନେ ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇଚନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରାୟ ୪୦ରୁ ଉର୍ଧ୍ୱ ନକ୍ସଲ ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲାର ବଛେଲିଠାରେ ଥିବା ଟ୍ରକ୍‌ ଆସୋସିଏସନ୍‌ର ଟକ୍‌ ଟର୍ମିନାଲ ଭିତରେ ପଶି ୬ଟି ଟ୍ରକ୍‌ରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଗତ ୩୦ ଦିନ ମଧ୍ୟରେ ନକ୍ସଲମାନେ ୧୫ରୁ ଊର୍ଧ୍ୱ ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତିି। ବିଶେଷକରି ଗତ ସୋମବାର ଦିନ ସୁକ୍‌ମା ଜିଲ୍ଲାରେ ପୁଲିସ- ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ୧୫ ଜଣ ନକ୍ସଲ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ନକ୍ସଲମାନେ ବ୍ୟସ୍ତ ହୋଇ ଏପରି କାଣ୍ଡକାରଖାନା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର