ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ଥରେ ନକ୍ସଲ ମାତିଛନ୍ତି। ଝାଡ଼ଖଣ୍ଡର ସୀମାରେ ଥିବା ସିମଡେଗା ଜିଲ୍ଲାର ବାନୋ ଥାନା ନିକଟସ୍ଥ ହର୍ଟିଙ୍ଗ ଗାଁର ଗୋରା ବାଲିଘାଟରେ ନକ୍ସଲମାନେ ଗୁରୁବାର ବିଳମ୍ବିତ ରାତିରେ ଗୁଳି କରିବା ସହ ୨ଟି ହାଇୱା ସମେତ ୪ଟି ଗାଡି ପୋଡି ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତିରେ ନକ୍ସଲମାନେ ଝାଡଖଣ୍ଡର ସୀମାରେ ଥିବା ହର୍ଟିଙ୍ଗ ଗାଁର ଗୋରା ବାଲିଘାଟରେ ମୋଟର ସାଇକେଲରେ ଆସି ଅଚାନକ ଗୁଳିବର୍ଷଣ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ସେମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ସେମାନଙ୍କୁ କେହି ବିରୋଧ କରିବାକୁ ସାହାସ କରି ନଥିଲେ।
ନକ୍ସଲଙ୍କ ତାଣ୍ଡବ ଦେଖି ଡ୍ରାଇଭର ମାନେ ପ୍ରାଣ ବିକଳରେ ଜଙ୍ଗଲ ଭିତରକୁ ପଳାଇଥିଲେ। ଗାଡ଼ି ଗୁଡ଼ିକର ଡ୍ରାଇଭର ମାନେ ଗାଡ଼ି ଛାଡ଼ି ଜଙ୍ଗଳକୁ ପଳାୟନ କରିବା ପରେ ନକ୍ସଲମାନେ ସେଠାରେ ଥିବା ୨ଟି ହାଇୱା ସମେତ ୪ଟି ଗାଡି ପୋଡି ଦେଇଥିଲେ। ଏହା ପରେ ସେମାନେ ସେଠାରୁ ଉଭାନ ହୋଇଥିଲେ। ଗାଡ଼ି ଗୁଡ଼ିକ ପୋଡ଼ି ଯାଇଥିବା ଶୁକ୍ରବାର ସକାଳୁ ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/rkl.jpg)