ମାଲକାନଗିରି: ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଘରୋଇ ବସରେ ନିଆଁ ଲଗାଇଦେଲେ ନକ୍ସଲ

ମାଲକାନଗିରି: ନକ୍ସଲମାନେ କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ବିରୋଧ କରି ଗତ ୨୫ ତାରିଖରୁ ୩୧ ତାରିଖ ଯାଏ ଭାରତ ବନ୍ଦ ପାଳନ କରୁଛନ୍ତି। ଏହି ଅବସରରରେ ଗତକାଲିି ରାତିରେ ନକ୍ସଲମାନେ ଏକ ଘରୋଇ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ବସ୍‌କୁ ପେଟ୍ରୋଲ, ଡିଜେଲ ଢ଼ାଳି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଖବର ପାଇ ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲିରୁ ଯଜ୍ଞପୁରରୁ ଯାଉଥିବା ଏକ ଘରୋଇ ବସ ମହୁପଦର ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁ ପାଖରେ ପହଞ୍ଚଇଥିବା ବେଳେ ବହୁ ସଂଖ୍ୟକ ନକ୍ସଲ ବସ୍‌ଟିକୁ ଘେରିଯାଇ ଅଟକାଇଥିଲେ। ପରେ ବସ୍‌ରେ ଥିବା ଯାତ୍ରୀମାନଙ୍କ ଠାରୁ ନକ୍ସଲମାନେ ସମସ୍ତ ମୋବାଇଲ ଛଡ଼େଇ ନେଇ ଯାତୀମାନଙ୍କୁ ବସ୍‌ରୁ ଓହ୍ଲାଇ ଦେଇଥିଲେ। ପରେ ସେହି ବସ୍‌ରେ ଥିବା ଡିଜେଲ କାଢ଼ି ଏଥିର ଢ଼ାଳି ନିଆଁ ଲଗାଇ ଜାଳି ଦେଇତିଲେ। ପରେ ଯାତ୍ରୀମାନଙ୍କୁୁ ସେମାନଙ୍କ ମୋବାଇଲ ନମ୍ବର ଫେରାଇ ଦେଇ ନକ୍ସଲମାନେ ଚାଲି ଯାଇଥିଲେ।
ସୂଚନାଯୋଗ୍ୟ ଯେ ସରକାର ଓ ପୁଲିସ ବିରୋଧରେ ନକ୍ସଲମାନେ ପ୍ରତି ଗାଁରେ ପ୍ରଜାମେଳି କରି ଯୁବକଯୁବତୀଙ୍କୁ ନ୍‌କ୍ସଲ ସଙ୍ଗଠନ ସହିତ ଜଡିତ ହବାକୁ ଆହ୍ଵାନ ଦେଉଛନ୍ତି। ଗତ ୨୫ ତାରିଖରୁ ଏହି କାର୍ଯ୍ୟ ଚାଲିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ନକ୍ସଲମାନେ ବିରୋଧ କରୁଛନ୍ତି। ଏପରିକି ଚଳିତମାସ ୨୫ରୁ ୩୧ ତାରିଖ ଯାଏ ନକ୍ସଲମାନେ ଭାରତ ବନ୍ଦ କରୁଥିବା ଯୋଗୁଁ ସରକାରୀ ବସ ଚଳାଚଳ ବନ୍ଦ ଥିବା ବେଳେ ଘରୋଇ ବସ ଚଳାଚଳ କରୁଛି। ଏହାକୁ ନକ୍ସଲମାନେ ବିରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର