ନୟାଗଡ଼ : ନୟାଗଡ଼ କ୍ଲବ୍‌ ଓ ୭୮୬ ସିନ୍ଦୁରିଆ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ନୟାଗଡ଼ କପ୍‌ ସର୍ବଭାରତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଶନିବାର କେରଳ ଦଳକୁ ଭେଟିବ ଭୁବନେଶ୍ବରର ଜଗା ୟୁନାଇଟେଡ୍‌। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ କେରଳ ୨-୦ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରିଥିଲା। ଅମନ ସିକେ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ଜାହାଙ୍ଗୀର ଶ୍ରେଷ୍ଠ ସ୍କୋରର୍‌ ବିବେଚିତ ହୋଇଥିଲେ। ଶୁକ୍ରବାର ମ୍ୟାଚ୍‌ରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁ, ଗଣିଆର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ସାହୁ, ମିଲର୍‌ ସଂଘ ପୂର୍ବତନ ସଭାପତି ଶିଶିର ସାହୁ, ସମ୍ପାଦକ ସନ୍ତୋଷ ପାତ୍ର, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକଙ୍କ ପକ୍ଷରୁ ଶେଖ୍‌ ୟୁସୁଫ୍‌, ରବୀନ୍ଦ୍ର କୁମାର ସାହୁ, ଏସ୍‌କେ ନଇମ୍‌, ଅନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ଭୁବନେଶ୍ବରର ଜଗା ୟୁନାଇଟେଡ୍‌ ଟାଇବ୍ରେକରରେ ବରଗଡ଼ର ୟୁନାଇଟେଡ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ମ୍ୟାଚ୍‌ର ୨ ମିନିଟ୍‌ରେ ବିବେକ ବାଗ ଗୋଟିଏ ଗୋଲ୍‌ ଦେଇଥିଲେ ମଧ୍ୟ ଭୁବନେଶ୍ବର ଦଳ ଏହାକୁ ପରିଶୋଧ କରି ଦେଇଥିଲା। ନିୟମିତ ସମୟରେ ମ୍ୟାଚ୍‌ ୧-୧‌ ଗୋଲ୍‌ରେ ଶେଷ ହେବାରୁ ଟାଇବ୍ରେକର୍ ଖେଳାଯାଇଥିଲା। ଏଥିରେ ଭୁବନେଶ୍ବର ଦଳ ବିଜୟୀ ହୋଇଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଏସ୍‌ପି ଅଲେଖଚନ୍ଦ୍ର ପହି, ଡାକ୍ତର ଆଶିଷ କୁମାର ଦୀକ୍ଷିତ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ସଦର ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ଘରୋଇ ବସ୍‌ ମାଲିକ ସଂଘ ସଭାପତି ମନୋଜ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।