ଘର ବାରଣ୍ତାରେ କ୍ୟାନ୍‌ସର୍‌ ପୀଡ଼ିତ

କାମରେ ଆସିଲାନି ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ!

ଭାପୁର: ଜଣେ ବ୍ୟକ୍ତି ଲିଭର୍‌ କ୍ୟାନ୍ସର୍‌ରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ନିଜ ଘର ବାରଣ୍ତାରେ ମୃତ୍ୟୁ ସହିତ ଲଢୁଥିବା ବେଳେ, ସରକାରଙ୍କଠାରୁ ମିଳିଥିବା ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ କାମରେ ଆସୁନଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବାଘୁଆପଲ୍ଲୀ ପଞ୍ଚାୟତର ବଳଦିଆନୂଆଗାଁର ଛାଟିଆ ବେହେରା (୬୫)ଙ୍କ କ୍ଷେତ୍ରରେ। ଖବରରୁ ଜଣାପଡ଼ିଛି, ଆଜିକୁ ପ୍ରାୟ ୬ ମାସ ତଳେ ଭାପୁର ବ୍ଲକ୍‌ ବାଘୁଆପଲ୍ଲୀ ପଞ୍ଚାୟତର ବଳଦିଆନୂଆଗାଁର ଶ୍ରମଜୀବୀ ଛାଟିଆଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଭାପୁର, ନୟାଗଡ଼, ଖୋର୍ଦ୍ଧା ଏପରି ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କୁ ଦେଖାଇ ଔଷଧ ଖାଇବା ପରେ କିଛି ଉପଶମ ନହେବାରୁ ଶେଷରେ କଟକରେ ପରାମର୍ଶ କରିବାରୁ ତାଙ୍କୁ ଲିଭର୍‌ କ୍ୟାନ୍‌ସର୍‌ ହୋଇଥିବା ଜଣାପଡ଼ିଥିଲା। ଏପରି ଘଟଣାରେ ଅପରେସନ୍‌ ଆବଶ୍ୟକ ଥିବା ବେଳେ ତାଙ୍କ ନିକଟରେ ଅର୍ଥ ନାହିଁ। ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ (ନଂ-୨୧୧୬ ୧୦୦୦ ୦୦୪୨ ୯୦୩୩) ମଧ୍ୟ କାମ କରୁନାହିଁ। ଏପରିସ୍ଥଳେ ଅର୍ଥର ଅଭାବ ଯୋଗୁ ଛାଟିଆଙ୍କୁ ପରିବାର ଲୋକେ ଘରକୁ ଫେରାଇ ଆଣିଛନ୍ତି। ଏହି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲାପାଳ ଧ୍ୟାନ ଦେବାକୁ ସାଧାରଣରେ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର