ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଠାରେ ବୁଧବାର ଅପରାହ୍ନରେ ଜଣେ ଗ୍ରାହକଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ପୁଲିସ୍‌ ଥାନାରେ ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଛନ୍ତି। ରେଳବାଇରୁ ଅବସରପ୍ରାପ୍ତ ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ଗ୍ରାମର ଜଗନ୍ନାଥ ଦାସ।

Advertisment

ରିପୋର୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨-୩ଟା ମଧ୍ୟରେ ଜଗନ୍ନାଥ ଖଣ୍ଡପଡ଼ା ବଜାର ମଧ୍ୟରେ ଥିବା ୟୁକୋ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପୂର୍ବରୁ ତାଙ୍କୁ ୨ ଜଣ ଲୁଟେରା ଅନୁସରଣ କରୁଥିଲେ। ଏଟିଏମ୍‌ରୁ ଟଙ୍କା ଉଠାଇ ବାହାରୁ ଥିବା ବେଳେ ଲୁଟେରାମାନେ ଜଗନ୍ନାଥଙ୍କ ଅଜାଣତରେ ତା’ଙ୍କ ପିଠିରେ କିଛି ବିସ୍କୁଟ ଗୁଣ୍ଡ ପକାଇ ଦେଇଥିଲେ।

publive-image

ଜଗନ୍ନାଥ ବିସ୍କୁଟ ଗୁଣ୍ଡ ନଳକୂପରେ ଧୋଇବା ପରେ ଏକ ନିର୍ଜନ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପଛପଟରୁ ଲୁଟେରା ଦ୍ୱୟ ଏକ ପଲସର ବାଇକରେ ଦ୍ରୁତ ଗତିରେ ଆସି ଟଙ୍କା ବ୍ୟାଗ୍‌ ନେଇ ଫେରାର ହୋଇ ଯାଇଥିଲେ।

ଥାନାରେ ଅଭିଯୋଗ ପରେ ଖଣ୍ଡପଡ଼ା ଆଇଆଇସି ବିମଳ ମଲ୍ଲିକ କହିଛନ୍ତି, ପୁଲିସ ବ୍ୟାଙ୍କ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।