ଦଶପଲ୍ଲା: ଗଛରେ ପିଟିହେଲା କାର୍। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଏହାଫଳରେ ୨ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲରେ।

Advertisment

ସୂଚନା ଅନୁଯାୟୀ, ଆଜି ଭୋରୁ ଛତିଶିଗଡ଼ ରାଜ୍ୟ କୁରୁପ ଜିଲ୍ଲାର ୪ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ। ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଥିବା ଏକ ଶାଳଗଛରେ କାରଟି ପିଟିହୋଇଥିଲା। ପିଟି ହୋଇ କାର୍ (ସିଜି ୧୧କେ ୧୨୨୨)ରେ ଲାଗିଥିଲା ନିଆଁ। ଦଶପଲ୍ଲା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। କାରରେ ଥିବା ୪ଜଣ ଯୁବକଙ୍କ ମଧ୍ୟରୁ  ୨ ଜଣ ଗୁରୁତର ଆହତ ହୋଇ ପ୍ରଥମେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି। ଆହତଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।