ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ବନ୍ଦ ପାଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଦଶପଲ୍ଲା ଥାନା ପୁଲିସ ୮ଜଣ ବିଜେପି ନେତାଙ୍କୁ ଗିରଫ କରିଛି। ଗିରଫ ନେତାଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ପ୍ରସନ୍ନ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ସେଠୀ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ବସନ୍ତ ମହାନ୍ତି, ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ବେହେରା, ହୃଷିକେଶ ବେହେରା ଓ ସୁରେନ୍ଦ୍ର ମହାକୁଡ଼ ପ୍ରମୁଖ ଅଛନ୍ତି।
/sambad/media/post_attachments/wp-content/uploads/2023/04/20e56bd0-9f22-4b87-a96a-fe8c7acd04a0-1024x577.jpg)
ସୂଚନାଯୋଗ୍ୟ, ଦଶପଲ୍ଲା ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ବ୍ଲକ ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପୁଲିସ ବନ୍ଦ ଡାକରା ଦେଇଥିବା ଗୋଷ୍ଠୀର ମୁଖ୍ୟ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଘବ ମଲ୍ଲିକଙ୍କୁ ଆଗୁଆ ଘରୁ ଉଠାଇ ନେଇଥିଲା। ପରେ ଆନ୍ଦୋଳନକାରୀ ଥାନା ନିକଟକୁ ଆସି ରାଘବଙ୍କ ସମ୍ପର୍କରେ ପଚାରିଥିଲେ। ଘଟଣାକୁ ନେଇ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି। ତେବେ ଦଶପଲ୍ଲାରେ ଆଜି ସକାଳ ୬ଟାରୁ ୧୨ଟା ଯାଏ ଏଠାରେ ଅଧିକାଂଶ ଦୋକାନ ବନ୍ଦ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/0b4ae056-10dc-4607-b2a7-0ea419b696fa.jpg)