ବାଇକ୍‌ ଧକ୍କାରେ ପଥଚାରୀ ମୃତ

ଭାପୁର: ଗତକାଲି ସନ୍ଧ୍ୟାରେ ଭାପୁର ବାଇପାସ୍‌ ନିକଟରେ ଜଣେ ପଥଚାରୀଙ୍କୁ ଏକ ମୋଟର ସାଇକେଲ ଧକ୍କା ଦେବାରୁ ପଥଚାରୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭାଲୁଖାଇ ଗ୍ରାମର ବିଦ୍ୟାଧର ନାୟକ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବଜାରରୁ ସଉଦା କରି ଗରକୁ ଫେରୁଥିବା ସମୟରେ ଭାପୁର କଳାପଥର ବଜାରକୁ ସଂଯୋଗ କରୁଥିବା ବାଇପାସ୍‌ ରାସ୍ତାର ମଧ୍ୟ ଭାଗରେ ଏକ ମୋଟର ସାଇକେଲ୍ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ବିଦ୍ୟାଧର ଘଟଣାସ୍ଥଳରେ ରକ୍ତାକ୍ତ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ତାଙ୍କୁ ୧୦୮ ଆମ୍ବ୍ୟୁମାନ୍ସରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର