ରଣପୁର: ନୟାଗଡ଼ ଜିଲ୍ଲା ରଣପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଓ ଲୁନା ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଆଜି ଏକ ଚିତ୍ରାଳୟ ଗାଡ଼ି ଇଟାମାଟିରୁ ରଣପୁର ଆସୁଥିଲା। ଏଣେ ଅପର ପାର୍ଶ୍ବରୁ ଏକ ଲୁନାରେ ଦୁଇଜଣ ବୃଦ୍ଧ ନିଜ ଗାଁକୁ ଫେରୁଥିଲେ। ସକାଳ ପ୍ରାୟ ସାଢ଼େ ୮ଟା ବେଳେ ରଣପୁର ଆଦର୍ଶ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଉଭୟ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଲୁନା ଚଳାଉଥିବା ରଙ୍କନାଥ ବଳିୟାର ସିଂହ (୬୫)ଙ୍କର ମୃତ୍ୟୁ ଘଟିଥିଲା।
ଏଣେ ପଛରେ ବସିଥିବା ରାମଚନ୍ଦ୍ର ରଥ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ରାମଚନ୍ଦ୍ର ରଥଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ପ୍ରାଣହାନି ଘଟିଥିଲା। ରଙ୍କନାଥ ବଳିୟାର ସିଂହଙ୍କ ଘର କଙ୍କିଆରେ ଏବଂ ରାମଚନ୍ଦ୍ର ରଥଙ୍କ ଘର ଗୌରାଙ୍ଗପୁରରେ ବୋଲି ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/1a055a03-367f-444e-80af-7fe12ca7e973.jpg)