ଖଣ୍ଡପଡ଼ା ସହରାଞ୍ଚଳ ଅଧିନସ୍ଥ ଖଳଖଳା ମୋଡ଼ଣି ନିକଟରେ ଇଟା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଖଣ୍ଡପଡ଼ା: ଖଣ୍ଡପଡ଼ା ସହରାଞ୍ଚଳ ଅଧିନ ଖଳଖଳା ମୋଡ଼ଣୀ ନିକଟରେ ଏକ ଇଟା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋର ପ୍ରାୟ ୫ଟା ବେଳେ ନୟାଗଡ଼-ଖଣ୍ଡପଡ଼ା ପୂର୍ତ୍ତବିଭାଗ ରାସ୍ତାର ଖଳାଖଳା ମୋଡ଼ଣୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇବା ସହ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ିରେ ଥିବା ଇଟା ମାଲିକ ଅଭୟ ସ୍ୱାଇଁ(୪୮) ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଗାଡ଼ିର ଡ୍ରାଇଭର ଓ ହେଲପର ଆହତ ହୋଇଥିବା ଜଣାପଡ଼ିଛି। ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀ ଓ ଖଣ୍ଡପଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶରୀର ଉଦ୍ଧାର କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର