ପୋଲ ତଳକୁ ମିନିଟ୍ରକ୍‌ ଖସି ୨ମୃତ, ୨ଗୁରୁତର ଓ ୩୦ରୁ ଉର୍ଧ୍ୱ ଆହତ

ନୟାଗଡ଼: ନୟାଗଡ଼ ଦଶପଲା ବ୍ଲକ୍‌ ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁ ଟୁକେଇନାଳ ନିକଟରେ ବୁଧବାର ଅପରାହ୍ନରେ ଏକ ମିନିଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଓ ୩୦ରୁ ଊର୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ନେବା ବେଳେ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ।

ପୁଲିସ ଖବର ପାଇ ଟୁକେଇନାଳ ନିକଟରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ତେବେ ଗୋଟିଏ ମୃତଦେହ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପହଞ୍ଚିଥିଲେ ହେଁ ଅନ୍ୟଟି ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା। ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପହଞ୍ଚିଥିବା ମୃତଦେହଟି ସୁକୃତା ମଲ୍ଲିକଙ୍କର ବୋଲି ଜଣାପଡ଼ିଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଏହି ମିନିଟ୍ରକ୍‌ (ଗାଡ଼ି ନମ୍ବର-ଓଡ଼ି ୨୯ଏ ୧୧୬୩)ଟି ଦ୍ରୁତଗତି ଟୁକେଇନାଳ ଦେଇ ଆସୁଥିଲା। ଏହି ସମୟରେ ନିୟନ୍ତ୍ରଣ ରକ୍ଷା କରି ନପାରି ଏକ ଗଛରେ ପିଟି ହୋଇ ପୋଲ ତଳକୁ ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର