ଦଶପଲ୍ଲା: ଦଶପଲ୍ଲା ଥାନା ଅନ୍ତର୍ଗତ ତେଣ୍ଡାବାଡ଼ି ହରିଜନ ସାହି ଗ୍ରାମର ରାମଚନ୍ଦ୍ର ନାଏକଙ୍କ ପୁଅ ଗଙ୍ଗାଧର ନାୟକ (୩୫)ଙ୍କୁ ହତ୍ୟା କରାଯାଉଥିବା ନେଇ ବାପା ରାମଚନ୍ଦ୍ର ନାଏକ ଗତ ୬ ତାରିଖ ଦିନ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଗଙ୍ଗାଧରଙ୍କୁ ଗୁରୁବାର ଦିନ ଉଦ୍ଧାର କରିଥିବା ଜଣାପଡ଼ିଛି। ସମ୍ପର୍କିୟଙ୍କଠାରୁ ପୁଅକୁ ହତ୍ୟା କରାଯାଇଥିବା ଖବର ପାଇ ସେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ମାତ୍ର ଆଜି ଗଙ୍ଗାଧର ଗାଁରେ ଥିବା ଖବର ପାଇ ପୁଲିସ୍ ତାଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା। ଗଙ୍ଗାଧର କାହାରିକୁ ନକହି ବାହାରକୁ କାମ କରିବା ପାଇଁ ଚାଲିଯାଇଥିବା ବେଳେ ପୁଅକୁ ହତ୍ୟା କରାଯାଇଥିବା ନେଇ କିଛି ସମ୍ପର୍କିୟ ରାମଚନ୍ଦ୍ରଙ୍କୁ ଏଭଳି ଭୁଲ୍ ସୂଚନା ଦେଇଥିଲେ। ଆଜି ପୁଲିସ୍ ଉଭୟ ବାପା ଓ ପୁଅଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ଛାଡ଼ିଥିଲା।
ପୁଅକୁ ହତ୍ୟା କରାଯାଇଥିବା ନେଇ ବାପାର ଅଭିଯୋଗ ପରେ,ପୁଅକୁ ଉଦ୍ଧାର କଲା ପୁଲିସ୍
/sambad/media/post_attachments/wp-content/uploads/2018/06/police-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)