ରଣପୁର:ରଣପୁର ଏନ୍ଏସିସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ଅଭିନବ ଉପାୟରେ ଜଣେ ମହିଳାଙ୍କ ଠାରୁ ୩୨ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଦଶପଲ୍ଲାର ଦିନବନ୍ଧୁ ଦାଶଙ୍କ ସ୍ତ୍ରୀ ନିରୁପମା ଗତ ବୁଧବାର ପୂର୍ବାହ୍ନ ସାଢେ ୯ଟା ସମୟରେ ଷ୍ଟେଟ୍ ବ୍ୟାଙ୍କ ଏଟଏମ୍ରୁ ଟଙ୍କା ଉଠାଇବାକୁ ଯାଇଥିଲେ।
ଟଙ୍କା ଉଠାଉଥିବା ସମୟରେ ପଛ ପଟରେ ଥିବା ଜଣେ ଯୁବକ ଧକ୍କା ମାରିଥିଲା । ଏହି ସମୟରେ ନିରୁପମାଙ୍କ ହାତରୁ ଏଟିଏମ୍ କାର୍ଡଟି ଖସି ପଡିଥିଲା। ପଛ ପଟେ ଥିବା ଯୁବକ ତାଙ୍କୁ କାର୍ଡଟି ଉଠାଇ ଦେଇଥିଲା । ଏଟିଏମ୍ରୁ ତାଙ୍କ ଟଙ୍କା ବାହାରି ନଥିବାରୁ ସେ ଘରକୁ ଫେରି ଯାଇଥିଲେ । କିନ୍ତୁ ଘରେ ପହଞ୍ଚିବା ପରେ ପରବର୍ତ୍ତୀ ପଯ୍ୟର୍ାୟରେ ତାଙ୍କ ମୋବାଇଲକୁ ଆସିଥିବା ମେସେଜ୍ରୁ ଜାଣିବାକୁ ପାଇଲେ, ଥରଥର ହୋଇ ୪ ପଯ୍ୟର୍ାୟରେ ତାଙ୍କ ଆକାଉଣ୍ଟରୁ ୩୨ ହଜାର ଟଙ୍କା ଉଠାଇ ନିଆଯାଇଛି । ସେ ତାଙ୍କ ଏଟିଏମ୍ କାର୍ଡ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଜାଣିବାକୁ ପାଇଲେ ଯେ ସେହି ଏଟିଏମ୍ କାର୍ଡଟି ତାଙ୍କର ନୁହେଁ । ଏଟିଏମ୍ କାର୍ଡଟି ସେହି ଯୁବକ ବଦଳାଇ ଦେଇଛି। ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଯାୟୀ ରଣପୁର ଥାନା ଇନିସପେକ୍ଟର ଗିରିଜା ଶଙ୍କର ରଥ ତଦନ୍ତ ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।
ଏଟିଏମ୍ କାର୍ଡ ବଦଳାଇ ୩୨ ହଜାର ଲୁଟ୍
/sambad/media/post_attachments/wp-content/uploads/2018/06/ATM-card-.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)