ନୟାଗଡ଼ : ଗତ ୨୪ ତାରିଖରେ ସ୍ଥାନୀୟ ଏକ ହୋଟେଲ୍ରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀରେ ବିଶୃଙ୍ଖଳା କରିବା, ଦଳର ଗୋଟିଏ ଗୋଷ୍ଠୀର ନେତାଙ୍କୁ ମହଙ୍ଗା ପଡ଼ିଛି। ରାଜ୍ୟ ନେତୃବର୍ଗ ଘଟଣାର ତଦନ୍ତ କରି ଶେଷରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରଦୀପ୍ତ ଜେନା ଓ ଯୁବ ନେତା ସ୍ନେହରଞ୍ଜନ ଦାସ ଜୟସିଂହଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଲମ୍ବନ କରିଛନ୍ତି।
ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ନୟାଗଡ଼ ଜିଲ୍ଲା ବିଜେପିରେ ଏପରି ବିସ୍ଫୋରଣ ଜିଲ୍ଲା ରାଜନୀତିରେ ବେଶ୍ ହଟଚମଟ ସୃଷ୍ଟି କରିଛି। ବିରୋଧୀ ଦଳକୁ ମଧ୍ୟ ଏହି ଘଟଣା ବେଶ୍ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/bjp.jpg)