ବାର୍‌ହା ଶିକାରୀ ଗିରଫ

ମାଂସ ସହିତ ଟାଙ୍ଗିଆ, ବନ୍ଧୁକ ଜବତ

ଗଣିଆ: ଗଣିଆ ବ୍ଲକ ଛାମୁଣ୍ତିଆ ବନ୍ୟପ୍ରାଣୀ ଜଙ୍ଗଲରୁ ବାର୍‌ହା ଶିକାର କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ତେବେ ଏଥିରେ ସଂପୃକ୍ତ ଅନ୍ୟ ୩ ଜଣ ଫେରାର ହୋଇ ଯାଇଛନ୍ତି। ଗିରଫ ଜଣକ ଧୋବାବୋରେଇ ଗ୍ରାମର ଦିଲ୍ଲିପ ନାୟକ ବୋଲି ଜଣାପଡିଛି। ଧୋବେରେଇ ଗ୍ରାମର ପ୍ରମୋଦ ନାୟକ, ଚୈତନ୍ୟ ନାୟକ ଓ ରାଜିଙ୍ଗି ଗ୍ରାମର ଦିନବନ୍ଧୁ ସେଠୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ରେଞ୍ଜର ବେଣୁଧର ବେହେରା କହିଛନ୍ତି। ୪ ଜଣ ଯାକ ବାର୍‌ହାଟିକୁ ମହୁଖଣ ଜଙ୍ଗଲରେ ମାରି ଧୋବାବେରେଇ ଗ୍ରାମକୁ ମାଂସ ଧରି ଆସୁଥବାବେଳେ କୈାଣସି ସୁତ୍ରରୁ ଖବର ପାଇ ଫରେଷ୍ଟର ଗୋଲେଖ ବିହାରୀ ବେହେରା, ଗାୟତ୍ରୀ ପରିଡା ଓ ଫରେଷ୍ଟ ଗାର୍ଡ ରଞ୍ଜିତା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଭାଗୀୟ କର୍ତୃକ୍ଷଙ୍କୁ ଦେଖି ୩ ଜଣ ଦୈାଡି ପଳାଇଥିବାବେଳେ ଦିଲ୍ଲୀପ ନାୟକଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ ବନବିଭାଗ କର୍ମଚାରୀ। ସେମାନେ ଦିଲ୍ଲୀପଙ୍କଠାରୁ ବାର୍‌ହା ମାଂସ ୨ କେଜି ଜବତ କରିଥିବାବେଳେ ଶିକାର ପାଇଁ ବ୍ୟବହୃତ ହୋଇଥିବା ଟାଙ୍ଗିଆ, କଟରା, ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ଦିଲ୍ଲୀପଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଜଣାଇଛନ୍ତି।

ସମ୍ବନ୍ଧିତ ଖବର