ନୟାଗଡ଼: ନୟାଗଡ଼ ଟାଉନ୍ ଥାନା ଅଧୀନ ଉଦୟପଥ ଲେନ୍ ଅଞ୍ଚଳରୁ ବିଳମ୍ବିତ ରାତିରେ ୪ କିଲୋଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ ଏସ୍ ଟି ଏଫ୍ ଚଢ଼ାଉ କରିଥିଲା। ଏଠାକାର ଏକ ଭଡ଼ା ଘର ମଧ୍ୟରୁ ୪ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ୍ ସୁଗାର, ଟଙ୍କା ଓ ବନ୍ଧୁକ ଜବତ କରିଥିବା ଜଣାଯାଇଛି।
ଏଠାରେ ଭଡ଼ାରେ ରହୁଥିବା ସମ୍ପୃକ୍ତ ଦମ୍ପତି ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ଜଣାପଡ଼ିଛି। ଏସ୍ ଟି ଏଫ୍ ସମ୍ପୃକ୍ତ ଦମ୍ପତିଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରଖିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/brown-sugar-odisha-bytes-1.jpg)