ଭାପୁର: ଭୋର୍ରେ ଏକ କାର୍ ସହ ବାଇକ୍ର ମୁହଁମୁହିଁ ଧକ୍କା ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପଛରେ ବସିଥିବା ଜଣେ ସାଙ୍ଗ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ମନ୍ଦାରବେରେଣୀ ଗ୍ରାମର ପୂର୍ବତନ ସରପଞ୍ଚ ନାରାୟଣ ତ୍ରିପାଠୀଙ୍କ ବଡ଼ ପୁଅ ଦେବାଶିଷ ତ୍ରିପାଠୀ (୨୩) ଏବଂ ତାଙ୍କ ସାଙ୍ଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମର ସତ୍ୟପ୍ରକାଶ ମହାକୁଡ଼ (୨୩) ମୋଟର ସାଇକେଲରେ ନୟାଗଡ଼ ଯାଇଥିଲେ। ସେଠାରୁ କାମ ସାରି ଭୁବନେଶ୍ବର ଯାଉଥିବା ବେଳେ ଆଜି ଭୋର୍ ୫ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବଜାର ଉପକଣ୍ଠରେ ଥିବା ଏଟିଏମ୍ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ବାଇକ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ଘଟଣାସ୍ଥଳରେ ଦୁଇଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ କିଛି ବ୍ୟକ୍ତି ସେମାନଙ୍କୁ ବୋଲଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଦେବାଶିଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସାଙ୍ଗ ସତ୍ୟବ୍ରତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି। ଏକ ଶୋକାକୁଳ ପରିବେଶ ମଧ୍ୟରେ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଦେବାଶିଷଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
କାର୍-ବାଇକ୍ ଧକ୍କାରେ ୧ ମୃତ, ୧ ଗୁରୁତର
/sambad/media/post_attachments/wp-content/uploads/2019/06/naya-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)