ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ୱାର୍ଡ ନମ୍ବର ୧ରୁ ୧୫ ପର୍ଯ୍ୟନ୍ତ ଲାଗୁ ହୋଇଥିବା କଣ୍ଟେନମେଣ୍ଟ୍ କଟକଣା ଆଜି ସନ୍ଧ୍ୟାରେ ଉଠାଇ ଦିଆଯାଇଛି। ସ୍ଥାନୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ଗତ ୧ ତାରିଖରେ ଜିଲ୍ଲାପାଳ ଡ. ପୋମା ଟୁଡୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଥିଲେ। ବିଭିନ୍ନ ବ୍ୟକ୍ତିଙ୍କର ସ୍ବାବ୍ ସଂଗ୍ରହ କରାଯାଇ କରୋନା ଟେଷ୍ଟ ନିମନ୍ତେ ପଠାଯାଇଥିଲା, ରିପୋର୍ଟ ନେଭେଟିଭ୍ ଆସିବା ପରେ କଣ୍ଟେନମେଣ୍ଟ୍ କଟକଣା ଜିଲ୍ଲାପାଳ ପ୍ରତ୍ୟାହାର କରିନେଇଛନ୍ତି। କଣ୍ଟେନମେଣ୍ଟ୍ କଟକଣା ସମୟରେ ଉକ୍ତ ଅଞ୍ଚଳକୁ ବାହାରଲୋକ ପ୍ରବେଶ କିମ୍ବା ସଂପୃକ୍ତ ଅଞ୍ଚଳର ଲୋକ ବାହାରକୁ ଆସିବା, ଏପରିକି ଘରୁ ବାହାରିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଅତ୍ୟାବ୍ୟଶୀକୀୟ ସେବା ଯୋଗାଇ ଦିଆଯାଉଥିଲା।
ଓଡ଼ଗାଁ ଏନ୍ଏସିରୁ ହଟିଲା କଣ୍ଟେନମେଣ୍ଟ୍ କଟକଣା
/sambad/media/post_attachments/wp-content/uploads/2020/07/odgaon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)