ମୃତ ଚାଷୀଙ୍କ ପରିବାରକୁ ମିଳିଲା ଜୀବନବୀମା ରାଶି

ନୂଆଗାଁ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମହୀପୁର ଶାଖାର ଏକ୍ସାଇଡ୍ ଜୀବନବୀମା ତରଫରୁ ନୂଆଗାଁ ବ୍ଲକ୍ ଖଣ୍ତୁଗାଁ ସମବାୟ ସମିତି ମୃତ ଚାଷୀଙ୍କ ପରିବାରକୁ ଜୀବନ ବୀମା ରାଶି ଅର୍ଥ ପ୍ରଦାନ କରାଯାଇଛି। ବିଜୟ କୁମାର ଦାଶଙ୍କ ଅକାଳ ବିୟୋଗ ତାଙ୍କ ପରିବାରକୁ ସର୍ବସ୍ବାନ୍ତ କରିଥିଲା। ତାଙ୍କ ପରିବାରକୁ ଏକ୍ସାଇଡ୍ ଜୀବନ ବୀମାରେ କରିଥିବା ପଲିସି ବାବଦକୁ ୬୨ ହଜାର ୩ ଶହ ୨୦ ଟଙ୍କା ପ୍ରଦାନ କରାଯାଇଛି। ମୃତକ ବିଜୟ ଗତ ୨୦୧୮ ସେପ୍ଟେମ୍ବର ୩୦ ତାରିଖରେ ଜୀବନ ବୀମା କରିଥିଲେ ଓ ୨୦୧୮ ଅକ୍ଟୋବର ୧୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ପତ୍ନୀ ସୀତା ଦାଶଙ୍କୁ ବୀମା ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମହୀପୁର ଶାଖାଠାରେ ଶାଖା ପରିଚାଳକ ସରୋଜ କୁମାର ସାହାଣୀ, ଶାଖା ସୁପରଭାଇଚର ଜୟକୃଷ୍ଣ ବରାଡ଼, ଖଣ୍ତୁଗାଁ ସେବା ସମବାୟ ସମିତିର କର୍ମଚାରୀ ସଦାଶିବ ମହାପାତ୍ର ଏବଂ ଏକ୍ସାଇଡ୍ ଜୀବନ ବୀମାର ନୟାଗଡ଼ ଜିଲ୍ଲା ମୁଖ୍ୟ ଅନିଲ୍ କୁମାର ମହାପାତ୍ର, ମହୀପୁର ଏକ୍ସାଇଡ୍ ଜୀବନ ବୀମା ଶାଖାର ମ୍ୟାନେଜର ସଂଜୟଦତ୍ତ ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର