ପୋଖରୀ ଖୋଳା ବେଳେ ଶିବଲିଙ୍ଗ ଆବିର୍ଭାବ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ବାଇଗୁଣିଆ ପଞ୍ଚାୟତର ଖୁଂଟୁବନ୍ଧ ଗ୍ରାମରେ  ଏକ ପୋଖରୀ ଖୋଳା ହେଉଥିବା ବେଳେ ଏକ ଶିବଲିଙ୍ଗର ଆବିର୍ଭାବ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜଣେ ଭକ୍ତ ଉକ୍ତ ପୋଖରୀ ଖନନ ପାଇଁ ମନସ୍ଥ କରିଥିଲେ। ମାତ୍ର ପମ୍ପ୍‌ ଦ୍ବାରା ପୋଖରୀ ପାଣି ଶୁଖାଇବା ସମରେ ପୋଖରୀ ମଧ୍ୟରେ ଶିବଲିଙ୍ଗର ଆବିର୍ଭାବ ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ପୋଖରୀ ମଧ୍ୟରେ ଶହ ଶହ ମହିଳା ଓ ପୁରୁଷମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର