ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ରହୁଥିବା ଜଣେ ଯୁବକ ନକଲି ଟଙ୍କା ବା ଜାଲ୍ ନୋଟ୍ ତିଆରି କରୁଥିବା ବେଳେ ଧରାପଡ଼ିଛନ୍ତି। ଯୁବକକଙ୍କ ନାମ ଦିବ୍ୟରଞ୍ଜନ ହୋତା(୪୨) , ତାଙ୍କ ଘର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୋସ୍କା ବୋଲି ଜଣାପଡ଼ିଛି ।
/sambad/media/post_attachments/wp-content/uploads/2020/10/WhatsApp-Image-2020-10-20-at-17.55.19.jpeg)
ମିଳିଥିବା ସୂଚନା ଅନୁଯାୟୀ ଦିବ୍ୟରଞ୍ଜନ ଆଜି ଅପରାହ୍ନରେ ଦୁର୍ଗାପ୍ରସାଦ ସ୍ଥିତ ୟାମାହା ସୋରୁମ୍ ଗାଡ଼ି କିଣିବାକୁ ଯାଇଥିଲେ। ଏନେଇ ସମସ୍ତ କାଗଜପତ୍ର କାମ ସରିବା ପରେ ସୋ ରୁମରେ ୧ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ଏସବୁ ୫୦୦ ଟଙ୍କିଆ ନୋଟ୍ ଦେଖି ସୋରୁମ୍ କର୍ମଚାରୀମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଦିବ୍ୟରଞ୍ଜନ ଓ ତାଙ୍କ ସହଯୋଗୀଙ୍କୁ ସୋରୁମ୍ କର୍ତ୍ତୃପକ୍ଷ ଅଟକ ରଖି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ଏହି ନକଲି ଟଙ୍କାକୁ ଜବତ୍ କରିବା ସହିତ ଦିବ୍ୟରଞ୍ଜନଙ୍କ ଭଡ଼ା ଘରେ ଚଢାଉ କରିଥିଲା । ସେଠାରୁ ପ୍ରିଣ୍ଟର ସମେତ ଅନେକ ଚିରା ନୋଟ୍ ଆଦି ଜବତ କରିଛି । ଦିବ୍ୟରଞ୍ଜନଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ଘଟଣାର ଅଧିକ ଅନୁସନ୍ଧାନ ଚାଲିଥିବା ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-20-at-18.03.09.jpeg)