ରଣପୁର : ରଣପୁର ବ୍ଲକ୍ ଅନ୍ତର୍ଗତ ଲୋଧାଚୁଆ ପଞ୍ଚାୟତ ଅଧୀନ ରାଜନଗଡ଼ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ପଶି ଜଣେ ଯୁବକ ଗଣ୍ତଗୋଳ କରିଥିବା ନେଇ ଆଜି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି। ଅଭିଯୋଗ ମୁତାବକ ରାଜନଗଡ଼ ଗାଁ’ର ଆଲୋକ ଜେନା (୨୫) ନାମକ ଜଣେ ଯୁବକ ଉକ୍ତ ଗାଁ’ର ସଂଗରୋଧ କେନ୍ଦ୍ରରେ ପଶି ସେଠାକାର ଦୈନିକ ଖର୍ଚ୍ଚ କାଟ, ଅନ୍ତେବାସୀଙ୍କ ନିମନ୍ତ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଓ ଏଠାରେ ସଂଗରୋଧ କେନ୍ଦ୍ର କିଏ ସ୍ଥାପନ କରିଛି ଆଦି ସଂପର୍କରେ ଉକ୍ତ ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ୱାର୍ଡମେମ୍ବରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏପରିକି ଏଥିରେ ଉତ୍କ୍ଷିପ୍ତ ହୋଇ କୁଆଡ଼େ ଆଲୋକ ଏକ ଖଣ୍ତାରେ ୱାର୍ଡମେମ୍ବରଙ୍କ ବେକ ଉଡ଼ାଇଦେବି କହି ଧମକ ଦେଇଥିଲେ। ଖବର ପାଇବା ପରେ ସରପଞ୍ଚ ଜୟନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରଣପୁର ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।
ଯୁବକଙ୍କ ଗଣ୍ତଗୋଳ, ୱାର୍ଡମେମ୍ବରଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ କଲେ ସରପଞ୍ଚ
/sambad/media/post_attachments/wp-content/uploads/2020/05/ranapur-ps.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)