ଦଶପଲ୍ଲା: ଅଙ୍ଗନବାଡ଼ି କେନ୍ଦ୍ରରେ ନିଆଁ। ଅଳ୍ପକେ ବର୍ତିଲେ କୋମଳମତି ଶିଶୁ। ଟଳି ଯାଇଛି ଏକ ବଡ଼ ବିପଦ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତଟାକରା ଗ୍ରାମପଞ୍ଚାୟତର ତିଳାବାଡି ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ପୂର୍ବାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାଚିକା ରୋଷେଇ କରିବା ପାଇଁ ଗ୍ୟାସ୍ ଅନ୍ କରିବା ସମୟରେ ରୋଷେଇଘର ହୁତୁହୁତୁ ହୋଇ ଜଳି ଉଠିଥିଲା। ହଠାତ୍ ନିଆଁ ଲାଗିଯିବା ଯୋଗୁଁ କେହି କିଛି ବୁଝିପାରି ନ ଥିଲେ। ନିଆଁର ପ୍ରକୋପ ଏତେ ଥିଲାଯେ ରୋଷେଇଘରୁ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ନିଆଁ କ୍ଷଣକ ମଧ୍ୟରେ ବ୍ୟାପିଯାଇଥିଲା।

Advertisment

ଆକସ୍ମିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅଙ୍ଗନବାଡ଼ି କର୍ମୀ ସବିତା ନାୟକ ଓ ପାଚିକା ରିତା ବେହେରା ନିଜ ଜୀବନକୁ ବିପନ୍ନ କରିବା ସହିତ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଶିଶୁମାନଙ୍କୁ ଶ୍ରେଣୀ ଗୃହରୁ ବାହାର କରି ଖୋଲା ପଡ଼ିଆକୁ ନେଇ ଆସିଥିଲେ। ନିଆଁର ପ୍ରକୋପକୁ ଦେଖି କୋମଳମତି ଶିଶୁମାନେ ହତବାକ୍ ହୋଇଯାଇଥିଲେ। ଘଟଣାସ୍ଥଳ ନିକଟରେ ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବରପାଇ ଘଟଣାସ୍ଥଳରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ରୀନା ସରିତା ଲରେନ୍ସ ପହଞ୍ଚିଛନ୍ତି।