ପ୍ରାକ୍ଟିକାଲ୍‌ ମାର୍କ କାଟିବା ଧମକ ଦେଇ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଅନୈତିକ ସଂପର୍କ ଅଭିଯୋଗ, ଭାଇରାଲ୍‌ ହେଲା ଅଡିଓ ଟେପ୍‌

ନୟାଗଡ଼: ନୟାଗଡ଼ କଲେଜର ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ ଓରଫ୍‌ କାଳିଆ ସାର୍‌ ତାଙ୍କର ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲ୍‌ ମାର୍କ କାଟିଦେବା ଭୟ ଦେଖାଇ ତାଙ୍କ ସହ ବାରମ୍ବାର ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ପୀଡ଼ିତା ଛାତ୍ରୀଙ୍କର ଜଣେ ବାନ୍ଧବୀ। ପୀଡ଼ିତାଙ୍କ ବାନ୍ଧବୀ ସୂର୍ଯ୍ୟମଣିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ଫୋନ୍‌ ଯୋଗେ କହିଥିବା କଥାର ଅଡିଓ ଟେପ୍‌ ଭାଇରାଲ୍‌ ହେବା ପରେ ଘଟଣାଟି ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଛାତ୍ରୀ ଜଣକ ଫୋନ୍‌ ଯୋଗେ ଅଧ୍ୟାପକଙ୍କ ପତ୍ନୀଙ୍କୁ ଜଣାଇଛନ୍ତି, ‘ମୁଁ ଯେତେବେଳେ ଜାଣିବାକୁ ପାଇଲି କାଳିଆ ସାର୍‌ଙ୍କ ସହ ମୋ ସାଙ୍ଗର ଅନୈତିକ ସଂପର୍କ ଅଛି ମୁଁ ତାକୁ ବୁଝାଇଥିଲି। ତୁ କାହିଁକି ଏମିତି କରୁଛୁ? ମ୍ୟାମ୍‌ ଅଛନ୍ତି ବୋଲି କହିଥିଲି। ସେ କହିଥିଲା ଯେ ମ୍ୟାମ୍‌ ଥାନ୍ତୁ, କାଳିଆ ସାର୍‌ ଘରକୁ ଆଣିକି ରଖିବେ। ଆପଣ ଘରେ ନଥିବା ସମୟରେ ସେ ଆପଣଙ୍କ ବେଡ୍‌ ରୁମ୍‌କୁ ଯାଏ। ମୁଁ ପଚାରିଥିଲି ଏମିତି କେତେ ଥର ହୋଇଛି? ସେ କହିଲା ୮-୧୦ ଥର ଖଣ୍ଡେ। ମୁଁ ତାକୁ ବୁଝାଇଲି ଯେ ତୁ ତ ଜଣକୁ ଭଲପାଉଛୁ ତାକୁ କ’ଣ ପାଇଁ ଧୋକା ଦେଉଛୁ? ସେ କହିଥିଲା ଯେ ସେ ଆଉ ତା’ ପ୍ରେମିକ କଥା ହୋଇଛନ୍ତି ଯେ କାଳିଆ ସାର୍‌ଙ୍କ ସହ ସଂପର୍କରେ ରହିଲେ ସେ ସେମାନଙ୍କ ବାହାଘର କରାଇ ଦେବେ। ମୁଁ ତାକୁ ଏସବୁ କେଉଁଠି ହୁଏ ବୋଲି ପଚାରିବାରୁ ପ୍ରାୟ ଲାଇବ୍ରେରିରେ ହୁଏ ବୋଲି କହିଥିଲା।

ତେବେ,ଏକଥାକୁ ଅସ୍ୱୀକାର କରିଛନ୍ତି ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ। ସେ କହିଛନ୍ତିି ‘ଛାତ୍ରଛାତ୍ରୀମାନଙ୍କୁ ଶାସନ କଲେ ସେମାନେ ବିରୁଦ୍ଧାଚରଣ କରିଥାନ୍ତି। ଏଥିରେ ରାଜନୀତି ମଧ୍ୟ ରହିଛି। କଲେଜର ମୋର ଏକ ସ୍ୱଚ୍ଛ ଭାବମୂର୍ତ୍ତି ରହିଛି। ଏପରି ଏକ ଅଭିଯୋଗ ଭିତ୍ତିହୀନ। ଏହା ମୋ ବିରୋଧରେ ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ସେ କହିଛନ୍ତି।’

ସମ୍ବନ୍ଧିତ ଖବର