ନାଚୁଣୀ: ସ୍ଥାନୀୟ ଗମ୍ଭାରିମୁଣ୍ଡା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ପାଇପ ବହୁ ସ୍ଥାନରେ ଫାଟି ଯାଇଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମଋତୁରେ ଲୋକେ ପାଣି ଟୋପାଏ ପାଇ ପାରୁ ନାହାଁନ୍ତି। ପାଇପ ଫାଟି ଅଯଥାରେ ଜଳଯୋଗାଣ କେନ୍ଦ୍ରରୁ ଯୋଗାଇ ଦିଆଯାଉଥିବା ପାଣି ରାସ୍ତା ବହି ଯାଉଛି ନଚେତ ପୋଖରୀରେ ଯାଇ ପଶୁଛି। ମାତ୍ର ଲୋକଙ୍କୁ ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ଗମ୍ଭାରିମୁଣ୍ଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ରରୁ ବିଭିନ୍ନ ସ୍ଥାନକୁ ମାଟି ତଳେ ଯାଇଥିବା ପାଇପ ଗତ ୬ ମାସ ହେବ ବିଭିନ୍ନ ସ୍ଥାନରେ ଫାଟି ଯାଇଛି। ଗମ୍ଭାରିମୁଣ୍ଡା ବଜାର ମଧ୍ୟରେ ଏକାଧିକ ସ୍ଥାନ ସମେତ ହାଇସ୍କୁଲ ରୋଡ୍ ,ମା ଆଙ୍କୁଲେଶ୍ବରୀ ମନ୍ଦିର ଛକ, ଗଣ୍ଡେଇ ପୋଖରୀ ସମ୍ମୁଖ ରାସ୍ତା ଇତ୍ୟାଦି ସ୍ଥାନରେ ମାଟି ତଳ ଯାଇଥିବା ପାଇପ୍ ଫାଟି ଜଳ ଅଯଥାରେ ଅପଚୟ ହେଉଅଛି। ଏହାର ମରାମତି ପାଇଁ ବିଭାଗୀୟ ସ୍ତରରେ ତପ୍ତରତା ପ୍ରକାଶ ପାଉନଥିବା ବେଳେ ଆବଶ୍ୟକ ପରିମାଣରେ ସବୁ ଅଞ୍ଚଳକୁ ପାଇପରେ ଜଳ ଯୋଗାଣ ହୋଇପାରୁନଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ସେହିପରି ଜଳଯୋଗାଣ ସମୟରେ ଅଯଥାରେ ପାନୀୟଜଳ ଫଟା ପାଇପରୁ ବାହାରି ଯାଇ ନିକଟସ୍ଥ ଗଣ୍ଡେଇ ପୋଖରୀକୁ ବୋହି ଯାଉଥିବାରୁ ସାଧାରଣରେ ନାପସନ୍ଦ କରାଯାଉଛି। ଖରାଦିନରେ ଏଭଳି ଅଯଥା ଜଳ ଅପଚୟ ବନ୍ଦ ପାଇଁ ବିଭିନ୍ନ ସ୍ଥାନରେ ଫାଟିଯାଇଥିବା ପାଇପ୍ ଗୁଡିକୁ ତୁରନ୍ତ ମରାମତି ପାଇଁ ଦାବି ହେଉଛି।
ଗମ୍ଭାରିମୁଣ୍ଡାରେ ଜଳଯୋଗାଣ ପାଇପ୍ ଫାଟି ଆଁ
/sambad/media/post_attachments/wp-content/uploads/2019/03/Water-pipeline-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)