ରଣପୁର: ରଣପୁର ଅଂଚଳରେ ଆଜି ଅପରାହ୍ଣରେ କାଳ ବୈଶାଖୀର ପ୍ରଭାବରେ ପ୍ରବଳ କୁଆପଥର ସହ ୨ ଘଣ୍ଟା କାଳ ବର୍ଷା ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଏହି ବର୍ଷା ଓ କୁଆପଥର କାରଣରୁ ଚାଷୀମାନଙ୍କ ରବି ଫସଲ ନଷ୍ଟ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ରବି ଫସଲର ଅମଳ ସମୟ ହୋଇଥିବାରୁ ଚାଷୀମାନେ ଜମିରୁ ମୁଗ, ଚଣା, ବିରି, ହରଡ଼, କୋଳଥ ଆଦି ଫସଲ ସଂଗ୍ରହ ହୋଇଥାନ୍ତା। ତେବେ ଏଭଳି କୁଆପଥର କାରଣରୁ ପାଚିଲା ଫସଲ ସବୁ ଜମିରେ ନଷ୍ଟ ହୋଇଥିବା ଜଣାପଡ଼ିଛି।
ରଣପୁରରେ କାଳ ବୈଶାଖୀ କୁଆପଥର ସହ ୨ ଘଣ୍ଟା ବର୍ଷା
/sambad/media/post_attachments/wp-content/uploads/2019/03/nayagada.jpg)