ଓଡ଼ଗାଁ: ଦିନ ସାଢ଼େ ୧ଟା ବେଳେ ଓଡ଼ଗାଁ–ଭଞ୍ଜନଗର ରାଜ୍ୟ ରାଜପଥର ରଙ୍ଗଣୀପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ନାମ ବିଦେଶୀ ପାଳ (୬୮) ଓ ଘର ଏହି ବ୍ଲକ୍ ଅନ୍ତର୍ଗତ ଶିଖରପୁର ଗ୍ରାମରେ। ନିଜ ପୁଅର ବିବାହ ମର୍ଯ୍ୟାଦା ଭାର ନେଇ ଭଉଣୀ ଘର ପାଣ୍ଡେରିପଡା ଗ୍ରାମକୁ ସ୍କୁଟି ଯୋଗେ (ଓଡି୨୫ଏଫ୍–୮୦୦୯) ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା (ଓଡି୨୫ଜି–୭୨୯୨) ସହିତ ରଙ୍ଗଣୀପାଟଣା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବିଦେଶୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୁଲିସ ଜବତ କରିଛି। ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ତେବେ ହାଇୱା ଚାଳକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।
ହାଇୱା ଧକ୍କାରେ ସ୍କୁଟି ଚାଳକ ମୃତ
/sambad/media/post_attachments/wp-content/uploads/2019/03/dumper-truck-.jpg)