ନୂଆଗାଁ: ନୂଆଗାଁ ବ୍ଲକ୍ ସିଙ୍ଗାରପଲ୍ଲୀ ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ କୋଠାଘର ଓ ଆଜ୍ବେଷ୍ଟସ ଜଳିଯିବା ସହିତ ଟିଭି ଏବଂ ଯାବତୀୟ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଆଜି ଦିନ ୪ଟା ସମୟରେ କାଳବୈଶାଖୀର ତାଣ୍ତବ ଦେଖିବାକୁ ମିଳିଥିଲା। ମେଘ ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତର ପ୍ରକୋପ ଏତେ ଜୋର୍ରେ ଥିଲା ଯେ ସମସ୍ତେ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ। ରାସ୍ତାଘାଟ ନିସ୍ତବ୍ଧ ହୋଇଯାଇଥିଲା। ବଜ୍ରପାତର ପ୍ରଭାବରେ ସିଙ୍ଗାରପଲ୍ଲୀ ଗ୍ରାମର ଶ୍ୟାମସୁନ୍ଦର ସେନାପତିଙ୍କ ଛାତ ଘର ହୁହୁ ହୋଇ ଜଳି ଉଠିଥିଲା। ଘର ଲୋକେ ଭୟଭୀତ ହୋଇ ବାହାରକୁ ଧାଇଁ ଆସିଥିଲେ। ଏଥିରେ କାହାରି କିଛି କ୍ଷତି ହୋଇନଥିଲେ ମଧ୍ୟ ଘରର ଆଜବେଷ୍ଟସ, କାନ୍ଥ, ଟିଭି, ଏବଂ ଘରକରଣା ସାମଗ୍ରୀ ସବୁ ପୋଡ଼ି ଯାଇଥିଲା। ନିଆଁ ଜଳୁଥିବା ଦେଖି ଗ୍ରାମବାସୀମାନେ ପହଞ୍ଚି ପାଣିଢାଳି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି।
ବଜ୍ରପାତରେ ଜଳିଗଲା ଘର
/sambad/media/post_attachments/wp-content/uploads/2019/06/nayagad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)