ଭାପୁର: ଗତ ୧୬ ତାରିଖ ଦିନ ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଏକ ବୋଲେରୋ ଧକ୍କାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହାସ୍ପାତାଳରେ ଚିକିତ୍ସିତ ହେଉଥିବା ଛାତ୍ରୀ ଜଣକ ସନ୍ଧ୍ୟାରେ ଆଖି ବୁଜିଛନ୍ତି। ଛାତ୍ରୀ ଜଣକ ହେଉଛନ୍ତି ଭାପୁର ବ୍ଲକ୍ ଫତେଗଡ଼ ପଞ୍ଚାୟତ ପିଠାଖାଇ ଗ୍ରାମର ଭାପୁର ସରସ୍ବତୀ ଶିଶୁ ମନ୍ଦିରରେ ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଗଦାଧର ରାଉତଙ୍କ ଝିଅ ସୌମ୍ୟା ଶୁଭଦର୍ଶିନୀ ରାଉତ (୮)। ଛାତ୍ରୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ କଳାପଥର ଆଡ଼କୁ ଦ୍ରୁତଗତିରେ ପଳାଇ ଯାଇଥିବା ବୋଲେରୋଟି ପରବର୍ତ୍ତୀ ସମୟରେ ଧରାପଡ଼ିବା ସହିତ ତାହା ସେସ୍କୋ ବିଭାଗର ବୋଲି ଜଣାପଡ଼ିଥିଲା। ଘଟଣାସ୍ଥଳରେ ଛାତ୍ରୀଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଛାତ୍ରୀର ମୁଣ୍ତ ଓ ଗୋଡ଼ରେ ଶକ୍ତ ଆଘାତ ଲାଗି ଗୁରୁତର ହୋଇଥିବା ବେଳେ ସେଠାରୁ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରୀ ଜଣକ ଆଖି ବୁଜିବା ପରେ, ପରିବାର ସମେତ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
ଦୁର୍ଘଟଣାରେ ଗୁରୁତର ଛାତ୍ରୀ ଆଖି ବୁଜିଲେ
/sambad/media/post_attachments/wp-content/uploads/2018/11/Ambulance_Service_3_0-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)