ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ! : ୩ ପରିବାରକୁ ନିଆଁ, ପାଣି ବାସନ୍ଦ

ନୟାଗଡ଼ : ଗାଁ ସଭାରେ ନିଷ୍ପତ୍ତି ପରେ ୩ ପରିବାରଙ୍କୁ କରାଯାଇଛି ନିଆଁ, ପାଣି ବାସନ୍ଦ। ଗାଁ ଲୋକଙ୍କୁ ବି କଥା ହେବାକୁ ବାରଣ କରାଯାଇଛି। ଯିଏ କଥା ହେବ ତାକୁ ଜରିମାନା କରାଯିବ। ଏପରି କିଛି ନିଷ୍ପତ୍ତି ନେଇଛି ଗାଁ କମିଟି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଦେଖିବାକୁ ମିଳିଛି ଏପରି କଙ୍ଗାରୁ କୋର୍ଟ। ଗାଁ ସଭାରେ ସଭାପତି, ସଂପାଦକ ଓ ଅନ୍ୟମାନେ ୩ ପରିବାରକୁ ୨୦ ଦିନ ହେବ ନିଆଁ, ପାଣି ବାସନ୍ଦ କରିଛନ୍ତି। ସମିତି ସଭ୍ୟ ଓ ତାଙ୍କ ପରିବାର ବି ଏଥିରୁ ବାଦ୍‌ ପଡ଼ିନାହାଁନ୍ତି। ଏଥିସହ ବାଟରେ ଘାଟରେ ଦେଖିଲେ ଏହି ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ନେଇ ୩ ପରିବାର ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ ବି ନ୍ୟାୟ ପାଇନାହାନ୍ତି। ତେଣୁ ସେମାନେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରସ୍ଥ ହୋଇ ଗୁହାରି ଜଣାଇବା ସହ ନ୍ୟାୟ ମାଗିଛନ୍ତି। ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗାଁରେ।

ସମ୍ବନ୍ଧିତ ଖବର