ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଓଡ଼ଗାଁ: ଓଡ଼ଗାଁ ଥାନା ଅନ୍ତର୍ଗତ ଟିକରପଲ୍ଲୀ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିବା ଅଭିଯୋଗରେ ପୁଲିସ୍‌ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ନାବାଳିକା ପୁଷ୍ପଲତା (୧୫, ଛଦ୍ମନାମ)କୁ ସେହି ଗ୍ରାମର ବାନାମ୍ବର ନାୟକ (୨୨) ଗତ ୧୬ ତାରିଖ ଦିନ ଅପହରଣ କରି ନେଇଥିବା ସଂପର୍କରେ ପୁଷ୍ପଲତାଙ୍କ ବାପା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ଅପହୃତା ନାବାଳିକାକୁ କେନାଲ ଛକ ନିକଟରୁ ଉଦ୍ଧାର କରିବା ସହିତ ଅପହରଣକାରୀ ଯୁବକକୁ ଗିରଫ କରିଥିଲା। ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି। ଆଜି ଯୁବକକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର