ଖଣ୍ଡପଡ଼ା: ଅଧିକାର ପାଇଁ ଧାରଣାରେ ବସିଲେ ବିଧାୟକଙ୍କ ଭଉଣୀ

ଖଣ୍ଡପଡ଼ା/ନୟାଗଡ଼: ପୈତୃକ ସମ୍ପତ୍ତିରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଖଣ୍ଡପଡ଼ା ବିଧାୟକଙ୍କ ଭଉଣୀ ରବିବାର ଧାରଣାରେ ବସିଛନ୍ତି। ବଧାୟକଙ୍କ ଖଣ୍ଡପଡ଼ାସ୍ଥିତ ବାସଭବନ ସମ୍ମୁଖରେ ଅବନ୍ତିକା ଅପରାହ୍ନ ଗୋଟିଏରୁ ବସିଛନ୍ତି। ସେ ଜିଦ୍‌ ଧରିଛନ୍ତି ଯେ, ବିଧାୟକ ଭାଇ ଅନୁଭବ ପଟ୍ଟନାୟକ ଭୁବନେଶ୍ୱରରୁ ଆସି ମାମଲାର ସମାଧାନ କରିବା ପରେ ଧାରଣାରୁ ଓହରିବେ। ଦାବି ପୂରଣ ନହେବାଯାଏ ସେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି।

ଭଉଣୀଙ୍କ ଧାରଣାକୁ ନେଇ ବିଧାୟକ ଅନୁଭବ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ଅବନ୍ତିକା କୋର୍ଟରେ କେସ୍‌ କରିଥିଲା। କୋର୍ଟ ସେତେବେଳେ ମାମଲା ଖାରଜ କରି ଦେଇଥିଲେ। ଏହା ବାପାଙ୍କର ସମ୍ପତ୍ତି ନୁହେଁ, ଜେଜେଙ୍କ ପୂର୍ବପୀଢ଼ିର ସମ୍ପତ୍ତି। ପରିବାରର ସମସ୍ତେ ଏକାଠି ହେଲେ ଯାଇ ବିଚାର ହୋଇପାରିବ ବୋଲି ବିଧାୟକ କହିଛନ୍ତି।

ସମ୍ବନ୍ଧିତ ଖବର