ନୟାଗଡ଼: ବୁଧବାର ମଧ୍ୟରାତ୍ରୀରେ ନୂଆଗାଁ ଥାନା ସୋରଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଜମିଜମା ବିବାଦ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ନିହତ ବ୍ୟକ୍ତିଜଣକ ହେଉଛନ୍ତି ୫୦ ବର୍ଷିୟ କୃଷ୍ଣଚନ୍ଦ୍ର ରାଉତ। ଦଶପଲାସ୍ଥିତ ଏକ ହୋଟେଲ୍ରେ ରୋଷେୟା କାମ କରୁଥିବା କୃଷ୍ଣ ବୁଧବାର ରାତିରେ ଏକ ଯାତ୍ରୀବାହୀ ବସ୍ରେ ଆସି ମଧ୍ୟରାତ୍ରୀ ବେଳକୁ ନିଜ ଘର ଦୁଆର ଆଗରେ ଓହ୍ଲାଇବା ପରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଘରର ମହିଳାମାନଙ୍କ ଅଭିଯୋଗ କ୍ରମେ ପୁଲିସ ୪୫ ବର୍ଷିୟ ପଡ଼ୋଶୀ ବିଶ୍ୱନାଥ ସାହୁଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଛି।