ଦଶପଲ୍ଲା: ରାସ୍ତା ପାଇଁ ପୁଣି ଯମ ଯନ୍ତ୍ରଣା ଭୋଗିଛନ୍ତି ଗ୍ରାମବାସୀ। ଗାଁକୁ ରାସ୍ତା ନଥିବା ହେତୁ ଆଣ୍ଠୁଏ କାଦୁଅରେ ପଶି ଭାରା କହି ଏକ ଶବକୁ ବୋହିଛନ୍ତି ଗ୍ରାମବାସୀ। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଚଡ଼େୟାପଲ୍ଲୀ ପଞ୍ଚାୟତର ଭାତଗଦା ଠାରୁ ଓଡ଼ାବିକ୍ରି ରାସ୍ତାରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଚଡ଼େୟାପଲ୍ଲୀ ଠାରୁ ଭାତଗଦା, ଓଡ଼ାବିକ୍ରି, ଭାଲିଆପଦର ଓ ଦୁଡ଼ାକୁ ପ୍ରାୟ ୭କିମି ରାସ୍ତା ସଂଯୋଗ କରୁଛି। ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି କାହାରି ନିଘା ନାହିଁ। ଫଳରେ ବର୍ଷାଦିନ ଆସିଲେ ଏସବୁ ଗ୍ରାମବାସୀଙ୍କ ପାଇଁ ଯାତାୟାତ କରିବା ସମ୍ଭବ ହେଉନାହିଁ।
ଏଭଳି ସ୍ଥିତିରେ ଆଜି ଓଡ଼ାବିକ୍ରୀ ଗ୍ରାମର ପ୍ରସନ୍ନ ମଳିକ(୪୫)ଙ୍କ ଦେହ ଖରାପ ଥିଲା। ବହୁ କଷ୍ଟରେ ପରିବାର ଲୋକ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକ ଗାଁକୁ ଶବ ନେବାକୁ ବହୁ ସମସ୍ୟା ଭୋଗିଥିଲେ।
ଭାତଗଦା ଠାରୁ ଓଡ଼ାବିକ୍ରୀକୁ କୈାଣସି ଗାଡ଼ି ଯାଇ ପାରୁନଥିବା ହେତୁ ଶବକୁ ଗ୍ରାମବାସୀ ଖଟିଆରେ ପ୍ରାୟ ୧ କିମି ଭାରାକରି ନେଇଥିଲେ। ବିଶେଷକରି ଦେଖିବାକୁ ଗଲେ ସରକାର ଆଦିବାସୀ ବହୁଳ ଉପାନ୍ତ ଗ୍ରାମ ମାନଙ୍କର ବିକାଶ ପାଇଁ କୋଟିକୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଉପାନ୍ତବାସୀଙ୍କ ଏଭଳି ସମସ୍ୟା ଉପରେ ନଜର ପକାଇଲେ ସରକାରୀ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
nayantara
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/16/naya-2025-09-16-22-01-42.jpg)