ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନୂଆଗାଁ ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ବିରୁଡ଼ାରେ ଯୁଗଳ ବରାଡ଼ଙ୍କ ଶୁଭଲକ୍ଷ୍ମୀ ନାଁରେ ଏକ ରେଷ୍ଟୁରାଷ୍ଟ ରହିଛି।
ଫୁଡ୍ ଲାଇସେନ୍ସ ଆଳରେ ରେଷ୍ଟୁରାଣ୍ଟ ମାଲିକ ଶ୍ରୀ ବରାଡ଼ଙ୍କ ଠାରୁ ଥାନା ଭିତରେ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ନୟାଗଡ଼ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଟିମ୍ ତାଙ୍କୁ ନୟାଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିବା ପରେ ତାଙ୍କୁ ଭୁବନେଶ୍ୱର ନେଇଯାଇଛି। ଭୁବନେଶ୍ୱର ନେବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ପୈତୃକ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରୁଥିବା ଭିଜିଲାନ୍ସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/nayagarh-OICGania-3.jpg)