ନୟାଗଡ଼: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜଣେ ମୃତ, ଜାତୀୟ ରାଜପଥ ଅବରୋଧ

ନୟାଗଡ଼: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ବୁଧବାର ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ କୁଲଚିପାଲି ଅଞ୍ଚଳର ଜୟରାମ ବେହେରା(୪୦)ଙ୍କ ମୃତ୍ୟୁ ହୋଇଛିି। ଏହି ଘଟଣାରେ ଅନ୍ୟ ଜଣେ ସୁଶାନ୍ତ ଖିଲାର ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ କ୍ଷତିପୂରଣ ଦାବି ଓ ବିଦ୍ୟୁତ ବିଭାଗର ବିଭାଗର କର୍ମଚାରୀଙ୍କ ଅବହେଳା ବିରୋଧରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର