ଖଣ୍ଡପଡ଼ାରେ ନାବାଳକକୁ ଦୁଷ୍କର୍ମ ଅଭିଯୋଗ

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଶିଖରପୁର ପଞ୍ଚାୟତରେ ଜନୈକ ୧୧ ବର୍ଷର ନାବାଳକକୁ ଦୁଷ୍କର୍ମ ହୋଇଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ। ମିଳିଥିବା ସୂଚନାରୁ ଜଣାପଡ଼ିଛି, ବରପଲ୍ଲୀ ଗ୍ରାମର ଜଣେ ୧୧ ବର୍ଷର ନାବାଳକ ତାଙ୍କ ମା’ ସହିତ ଗତକାଲି ବିପିଏଲ୍‌ ଚାଉଳ ଆଣିବା ପାଇଁ ଶିଖରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଚାଉଳ ନେଇ ମା’ ଆଗ ଘରକୁ ପଳାଇ ଆସିଥିବାବେଳେ ପୁଅ ଘରକୁ ଫେରିବାର ବିଳମ୍ବ ହୋଇଥିଲା। ଫଳରେ ମା’ ପୁଅକୁ ଖୋଜିବାକୁ ଆସିବା ବେଳେ ତାଙ୍କ ନାବାଳକ ପୁଅକୁ ଗ୍ରାମର ତୋଫାନ ନାମକ ଜଣେ ଯୁବକ ଦୁଷ୍କର୍ମ କରୁଥିବା ଦେଖିବାକୁ ପାଇଥିଲେ। ମା’କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା।

ସମ୍ବନ୍ଧିତ ଖବର