ଓଡ଼ଗାଁ ‘ସମ୍ବାଦ’ ପ୍ରତିନିଧିଙ୍କ ପରଲୋକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ‘ସମ୍ବାଦ’ ପ୍ରତିନିଧି ହୃଦୟ ରଂଜନ ମହାରଣା(୪୨)ଙ୍କ ଆଜି ପରଲୋକ ଘଟିଛି । ସ୍ୱର୍ଗତ ମହାରଣା ଦୀର୍ଘବର୍ଷ ଧରି ‘ସମ୍ବାଦ’ ଓଡ଼ଗାଁ ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିଲେ । ଜଣେ ଦକ୍ଷ ସାମ୍ବାଦିକ ଭାବେ ତାଙ୍କର ସ୍ଥାନୀୟ ଅଂଚଳରେ ଖ୍ୟାତି ଥିଲା । ପ୍ରାୟ ଦୁଇବର୍ଷ ହେବ ସେ କ୍ୟାନସର୍‌ରେ ପୀଡ଼ିତ ଥିଲେ । କିଛିଦିନ ହେବ ସେ ପୁରୀରେ ଚିକିତ୍ସା ସୁବିଧା ନିମନ୍ତେ ତାଙ୍କ ସଂମ୍ପର୍କୀୟଙ୍କ ଘରେ ରହୁଥିଲେ । ପୁରୀଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ବଡ଼ ଭାଇ ଚିତ୍ତରଂଜନ ମହାରଣା ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।
ସମ୍ବନ୍ଧିତ ଖବର