ଭାପୁର: ଦୁଇଦିନ ତଳେ ଥାନା ପାଚେରିକୁ ଲାଗି ଅର୍ଥାତ ୧୦ ହତ ଦୂରରେ ଥିବା ଏକ ଭେରାଇଟ୍ ଦୋକାନରୁ ଥରେ ନୁହେଁ ଲଗାତାର ଦୁଇ ଥର ଚୋରି ହୋଇଥିଲେ ମଧ୍ୟ ଚୋରକୁ ଧରିବାରେ ପୁଲିସ୍ ବିଫଳ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି, ଭାପୁର ବ୍ଲକ୍ ଫତେଗଡ଼ ଗ୍ରାମର ବିହାରୀ ଦଳବେହେରାଙ୍କ ପୁଅ ବିନୋଦ ଦଳବେହେରା (୪୪) ଫତେଗଡ ଥାନା ପାଚେରିକୁ ଲାଗି ୧୦ ହାତ ଦୂରରେ ଏକ ମିନି ଭେରାଇଟି ଦୋକାନ କରିଥିଲେ। ପ୍ରତିଦିନ ଭଳି ଗତ ୨୧ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ୨୨ ତାରିଖ ସକାଳୁ ଆସି ଦୋକାନ ଘର ଖୋଲାଥିବା ଦେଖିଥିଲେ। ଦୋକାନର ୨ ଟି ତାଲା ଭଙ୍ଗାଯିବା ସହ ଡ୍ରୟାର୍ରୁ ୧୨ ହଜାର ଟଙ୍କା, ଅନ୍ୟା ସାମଗ୍ରୀ ସହିତ ଜରୁରି କାଗଜପତ୍ର ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସେହିଭଳି ଅନ୍ୟ ଏକ ଦୋକାନରୁ ୨୦୧୮ ଫେବ୍ରୁଆରୀ ୧୮ ତାରିଖ ବିଳମ୍ବିତ ରାତିରେ ଦୋକାନ ଚାବି ଭାଙ୍ଗି ୮ ହଜାର ଟଙ୍କା, ଲାକ୍ଟୋଜେନ୍, ସେରେଲାକ୍, ହର୍ଲିକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଫତେଗଡ଼ ଥାନାରେ ଦୋକାନ ମାଲିକ ବିନୋଦ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତେ ଚୋରମାନଙ୍କର ସୁରାକ୍ ପୁଲିସ୍ ପାଇନାହିଁ। ଏଭଳି ଚୋରି ଘଟଣାକୁ ନେଇ ଅଞ୍ଚଳବାସୀ ପୁଲିସ୍ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଥାନା ପାଖ ଦୋକାନରୁ ଚୋରି
/sambad/media/post_attachments/wp-content/uploads/2019/06/keo17-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)