ଖଣ୍ଡପଡ଼ା: ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଖଣ୍ଡପଡା ବ୍ଳକ ଅଧୀନ କଣ୍ଟିଲୋ ଶ୍ମଶାନ ନିକଟସ୍ଥ ମହାନଦୀ ତୁଠରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
ଆଜି ସକାଳେ ଶିକ୍ଷକ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପିକନିକ କରିବାକୁ ଆସିଥିଲେ। ତେବେ ଜଣେ ଛାତ୍ର ମହାନଦୀରେ ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ଫଳରେ ପାଣିରେ କିଛି ସମୟ ପାଇଁ ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକ ସରୋଜ ଦାସ ନିଖୋଜ ହୋଇଯାଇଥିଲେ।
ସ୍ଥାନୀୟ ଲୋକମାନେ ଏହା ଦେଖି ଛାତ୍ରଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କୁ ବହୁ ଖୋଜାଖୋଜି କଲା ପରେ ପାଇଥିଲେ। ତେବେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/f83a2ceb-a221-41f8-b7f0-85e080d23d4a.jpg)