ନୟାଗଡ଼: ଡାଏରି ଫାର୍ମରୁ ଗୁରୁବାର ଜଣେ ଟେକନିସିଆନ୍ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ନେଇ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ସ୍ଥାନୀୟ ଲୋକେ ଘଟଣାକୁ ବିରୋଧ କରି ଥାନା ଘେରାଉ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପୁରସ୍ଥିତ ଡାଏରି ଫାର୍ମ ‘ଅମୃତ ଡାଏରି ଫାର୍ମ’ରେ କାର୍ଯ୍ୟରତ ରଣପୁର ଥାନାର ଆମ୍ବଝର ଗ୍ରାମର ରମେଶ ଚନ୍ଦ୍ରଙ୍କ ଏକମାତ୍ର ପୁଅ ସନ୍ତୋଷ କୁମାର ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ, ମେକାନିକାଲ ଡିପ୍ଲୋମା ପାସ୍ ପରେ ନାରଣ ପାତ୍ରଙ୍କ ଡାଏରି ଫାର୍ମରେ ସନ୍ତୋଷ ଏକ ବର୍ଷ ହେବ ଟେକନିସିଆନ ଭାବରେ କାମ କରୁଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ngh.jpg)