ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାନଫାସୀ ଶଙ୍ଖ ନିକଟରୁ ଏକ ଗାଈର କଟାମୁଣ୍ଡ ଜବତ ହୋଇଥିବାବେଳେ ଉତ୍ତ୍ୟକ୍ତ ଜନତା ରଣପୁର-ଚାନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଖବର ନେବାରେ ଜଣାଯାଇଛି ଗତକାଲି ରାତି ୧୧ଟାରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ସାନଫାସୀ ନିକଟସ୍ଥ ଏକ ଶଙ୍ଖ ତଳେ ଲୋକେ ଏକ କଟାମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସାଙ୍ଗକୁ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ରଣପୁର - ଚାନ୍ଦପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାଜରାସ୍ତାକୁ ଅବରୋଧ କରିଥିଲେ।
ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ଧାରଣାକାରୀଙ୍କୁ ପୁଲିସ ଯେତେ ବୁଝାସୁଝା କଲେ ବି ଏହାର ସତ୍ୟାସତ ନ ମିଳିବାଯାଏ ଧାରଣା ଅବ୍ୟାହତ ରଖିବାକୁ ଧାରଣାକାରୀମାନେ ରୋକଠୋକ ଭାବେ କହିଥିଲେ। ଅନ୍ୟପଟେ ଅଞ୍ଚଳରେ ଗୋରୁ ଚୋରା ଚାଲାଣ ରାକେଟ ସକ୍ରିୟ ଥିବାବେଳେ ଗତ ୪ମାସ ତଳେ କଟା ଗୋରୁ ମାଂସ ବୋଝେଇ ଅଟୋ ଜବତ ହୋଇଥିବା ନଜିର ରହିଛି। ହେଲେ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/496383e9-d6c9-462f-a22a-916fa09fa48c.jpeg)