ଋାଜସୁନାଖଳା: ରଣପୁର ଥାନା ରାଜସୁନାଖଳା ଫାଣ୍ତି ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ଗ୍ରାମରେ ଏକ ଜମିକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଆଜି ଗ୍ରାମରେ ଉଗ୍ରରୂପ ଧାରଣ କରିଛି। ଏକ ଜମି ମଧ୍ୟ ଦେଇ ବିଦ୍ୟାଳୟ ପାଇଁ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ଏବଂ ଗୋଟିଏ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ରାଜ କିଶୋର ମହାପାତ୍ର ସ୍କୁଲ୍ ନିକଟରେ ଥିବା ଏକ ଜାଗାକୁ ନିଜର ବୋଲି ଦାବି କରୁଥିବାବେଳେ ଗ୍ରାମବାସୀମାନେ ଜମିଟିକୁ ଗ୍ରାମର ବୋଲି ଦାବି କରିଛନ୍ତି।ଏହି ଜାଗାରେ ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବାବେଳେ ରାଜକିଶୋର ନିଜ ଜାଗା ବୋଲି ଦାବି କରି ଏହାକୁ ବିରୋଧ କରିଥିଲେ। ଫଳରେ ଗ୍ରାମବାସୀ ରାଜକିଶୋରଙ୍କ ପରିବାରକୁ ଆକ୍ରମଣ କରିବା ସହ ଏହି ଜାଗାରେ ଥିବା ଘରକୁ ଭାଙ୍ଗି ଦେଇଛନ୍ତି। ଏ ନେଇ ରଣପୁର ଥାନାରେ ମାମଲା ରୁଜୁ ହୋଇଛି। ବିବାଦରେ ଥିବା ଜାଗା ଉପରେ ଗ୍ରାମ୍ୟ ରାସ୍ତା ନିର୍ମାଣ ହେଲେ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ବଦଳରେ ଏହି ରାସ୍ତାରେ ବିଦ୍ୟାଳୟକୁ ଯାଇପାରିବେ। ଫଳରେ ଜାତୀୟ ରାଜପଥରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ହେବ ବୋଲି ଗ୍ରାମବାସୀ କହିଛନ୍ତି। ସ୍କୁଲ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଛାତ୍ରଛାତ୍ରୀ ଦୂର୍ଘଟଣାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ବିଚାରକୁ ନେଇ ସ୍କୁଲ ପଛପଟେ ଏହି ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଗ୍ରାମବାସୀଙ୍କ କହିବାନୁଯାୟୀ ନିଷ୍ପତ୍ତି ଅନୁଯାୟୀ ପୂର୍ବରୁ ଏହି ଜାଗାର ମାଲିକ ଜାଗାଟିକୁ ଗ୍ରାମ ନାମରେ କରିଥିଲେ। କିନ୍ତୁ ରାଜକିଶୋର ମହାପାତ୍ର ଏହି ଜାଗାକୁ ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖିବା ସହ ଗ୍ରାମବାସୀଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଆଜି ଏହି ବିବାଦ ଉଗ୍ର ରୂପ ନେବାରୁ ଗ୍ରାମବାସୀଙ୍କ ଆକ୍ରମଣରେ ରାଜକିଶୋରଙ୍କ ପରିବାରର ୩ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ଚିକିତ୍ସା କରାଯାଇଛି। ରାଜକିଶୋର ଏ ନେଇ ଗ୍ରାମବାସୀଙ୍କ ବିରୋଧରେ ରାଜସୁନାଖଳା ଫାଣ୍ତିରେ ଏତଲା ଦେଇଥିଲେ ମଧ୍ୟ ପୁଲିସ୍ ଗ୍ରହଣ କରି ନଥିଲା ବୋଲି ରାଜକିଶୋର କହିଛନ୍ତି। ପରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ଜଣାଇବା ପରେ ରଣପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ରାଜକିଶୋର ନିଜ ଜୀବନ ଓ ପରିବାର ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି। ରଣପୁର ପୁଲିସ ଘଟଣାର ତଦନ୍ତ ଆରମ୍ବ କରିଛି। ଗ୍ରାମରେ ଏ ନେଇ ଚାପା ଉେତ୍ତଜନା ଲାଗି ରହିଛି।
ଜମି ବିବାଦରୁ ଗଣ୍ଡଗୋଳ, ଘର ଭଙ୍ଗାରୁଜା
ଆକ୍ରମଣରେ ଗୋଟିଏ ପରିବାର ୩ ଆହତ
/sambad/media/post_attachments/wp-content/uploads/2019/05/naya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)