ନୟାଗଡ଼: ବିଶ୍ୱ ଏଡ଼ସ୍ ଦିବସ ଅବସରରେ ନୟାଗଡ଼ ସ୍ଥିତ ଅଗ୍ରଦୂତ ନର୍ସିଂ କଲେଜ ପକ୍ଷରୁ ଆଜି ଏକ ବିଶାଳ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇଥିଲା। ଏଡ଼ସ୍ ରୋଗରୁ ବଞ୍ଚିବାର ଉପାୟ ଓ ରୋଗୀମାନଙ୍କ ପ୍ରତି ଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ସଚେତନତା ସୃଷ୍ଟି କରାଯାଇଥିଲା। ନୟାଗଡ଼ ଜିଲ୍ଲାପାଳଙ୍କ ପରାମର୍ଶରେ ନୟାଗଡ଼ ତହସିଲଦାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଆହୁରି ପଢନ୍ତୁ- Cyber Attack: ସରକାର ମାନିଲେ.. ଦିଲ୍ଲୀ ଏୟାରପୋର୍ଟ ଉପରେ ହୋଇଥିଲା ସାଇବର ଆକ୍ରମଣ
/filters:format(webp)/sambad/media/media_files/2025/12/01/nayagada-2025-12-01-17-54-37.jpg)
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ରାଲି ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । କଲେଜର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପୋଷ୍ଟର ଓ ବ୍ୟାନର ଧରି ରାଲିରେ ଭାଗ ନେଇଥିଲେ। ନୟାଗଡ଼-ଖଣ୍ଡପଡା ଛକରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ଚିତ୍ତାକର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ନାଟକରେ ଏଡ଼ସ୍ ସଂକ୍ରମଣର କାରଣ, ଭ୍ରାନ୍ତି, ପରୀକ୍ଷାର ଗୁରୁତ୍ୱ ଓ ରୋଗୀଙ୍କ ପ୍ରତି ସହାନୁଭୂତି ବିଷୟରେ ଉପସ୍ଥାପନ କରାଯାଇଥିଲା। ଏହା ଦେଖିବାକୁ ବହୁ ଜନସମାଗମ ହୋଇଥିଲା।
ଆହୁରି ପଢନ୍ତୁ- Winter Season Health Issues: ଶୀତଦିନେ ବଢ଼ିଯାଏ ବ୍ରେନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ! ଜାଣନ୍ତୁ ହୋଇପାରେ ଆଉ କେଉଁ ସବୁ ସମସ୍ୟା
ତେବେ ନାଟକ ପରେ ଛାତ୍ରୀଛାତ୍ରୀମାନେ ବୁଲି ବୁଲି ଲୋକଙ୍କୁ ସୁରକ୍ଷିତ ଯୌନ ସମ୍ପର୍କ, ନିଡଲ୍ନ ବାଣ୍ଟିବା, ରକ୍ତ ପରୀକ୍ଷା ଓ ସରକାରୀ ସୁବିଧା ବିଷୟରେ ସଚେତନ କରାଇଥିଲେ।
/filters:format(webp)/sambad/media/media_files/2025/12/01/rally-2025-12-01-17-54-57.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/01/world-aids-day-2025-12-01-17-56-36.jpg)